Breaking PLUSଓଡ଼ିଶାମୁଖ୍ୟ ଖବର
ମହିଳାଙ୍କ ଉପରେ ଚଢିଗଲା ଟ୍ରକ

କେନ୍ଦ୍ରାପଡା : ପୁଅ, ସ୍ୱାମୀ ସାମ୍ନାରେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ତିନିମୁହାଣି ଛକ ନିକଟରେ ସୋମବାର ପୂର୍ବାହ୍ନରେ ଘଟିଛି। ସ୍କୁଟିରେ ମାଆ, ପୁଅ ଓ ସ୍ୱାମୀ ଯାଉଥିବା ବେଳେ ଟ୍ରକ୍ଟି ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମହିଳାଙ୍କ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରୁ ଟ୍ରକ୍ ଫେରାର୍ ହୋଇଯାଇଥିବା ବେଳେ ସ୍ଥାନୀୟଲୋକେ ରାସ୍ତାରୋକ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।