କେରଳରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ । କିଛିଦିନ ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତି ଜଣକ ବିଦେଶରୁ ଫେରିଥିଲେ । ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ସୂଚନା ଦେଇଛନ୍ତି ।
ତେବେ ପୁନେସ୍ଥିତି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ଉକ୍ତ ବ୍ୟକ୍ତିଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି । ପ୍ରାଣୀଙ୍କଠାରୁ ମଣିଷକୁ ବ୍ୟାପୁଥିବା ଏହି ଭୂତାଣୁ ଆକ୍ରାନ୍ତଙ୍କଠାରେ ସ୍ମଲପକ୍ସ ଭଳି ଲକ୍ଷଣ ଦେଖାଯାଇଥାଏ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।