Breaking PLUSଦେଶଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ମାର୍ଚ୍ଚ ୨୭ରେ ରିଲିଜ୍ ହେବ କେଜିଏଫ୍ ପାର୍ଟ-୨

୨୦୧୮ରେ ରିଲିଜ୍‌ ହୋଇଥିବା କନ୍ନଡ ଫିଲ୍ମ କେଜିଏଫର ପାର୍ଟ ୧ର ଅଭୁତପୂର୍ବ ସଫଳତା ପାଇସାରିଛି ।

ଫିଲ୍ମ ନିର୍ମାତାଙ୍କ ସୂଚନା ଅନୁସାରେ, ମାର୍ଚ୍ଚ ୨୭ରେ କେଜିଏଫ- ପାର୍ଟ ୨ର ଟ୍ରେଲର ରିଲିଜ୍‌ ହେବ ।  ୨୦୧୮ରେ ରିଲିଜ୍‌ ହୋଇଥିବା କନ୍ନଡ ଫିଲ୍ମ କେଜିଏଫର ପାର୍ଟ ୧ର ଅଭୁତପୂର୍ବ ସଫଳତା ପାଇସାରିଛି । ଯାହା ପରେ ଦର୍ଶକ ଏହାର ଦ୍ୱିତୀୟ ପାର୍ଟ ଦେଖିବାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଫିଲ୍ମର ଏକାଧିକ ପୋଷ୍ଟର ବି ରିଲିଜ୍‌ ହୋଇସାରିଛି । ଏହି ଫିଲ୍ମରେ ୟଶ୍‌ ଓ ସଞ୍ଜୟ ଦତ୍ତଙ୍କ ଅଭିନୟ କରିଛନ୍ତି । ଏହି ଘୋଷଣା ସହ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ସେୟାର କରାଯାଇଛି । ପୋଷ୍ଟରରେ ୟଶଙ୍କ ଦମଦାର ଲୁକ୍‌ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫଟୋ ସହ କ୍ୟାପସନରେ ଲେଖାଯାଇଛି ଯେ, ଝଡ ପୂର୍ବରୁ ସବୁବେଳେ ଘଡଘଡି ମାରେ । ତେବେ କନଡ ଭାଷାରେ ନିର୍ମିତ ଏହି ଫିଲ୍ମକୁ ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟାଲମ୍‌ ଭଳି ଅନେକ ଭାଷାରେ ମଧ୍ୟ ଡବିଂ କରାଯିବ ।

Show More

Related Articles

Back to top button