Breaking PLUSଓଡ଼ିଶାମୁଖ୍ୟ ଖବର
ନେପାଳୀ ପିଲାଙ୍କୁ ଡାକି ଆଣି କଲେଜ ଦୁର୍ବ୍ୟବହାର କରୁଛି- ମୃତକଙ୍କ ପିତା

ଭୁବନେଶ୍ୱର- କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତା ଛାତ୍ରୀଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ଏତେ ଦୂର ପଠାଇଥିଲୁ। ସରକାର ଓ ପୁଲିସ ଉପରେ ଭରସା ରହିଛି। ଆମକୁ ନିଶ୍ଚିତ ନ୍ୟାୟ ମିଳିବ। ମୋ ଝିଅ ଆଉ ନାହିଁ, ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ନ ହେଉ। ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ। ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ମୃତା ଛାତ୍ରୀଙ୍କ ବାପା ପ୍ରକାଶ କରିଛନ୍ତି।