Breaking PLUSଓଡ଼ିଶାମୁଖ୍ୟ ଖବର
କିସ୍ ଛାତ୍ର ମୃତ୍ୟୁ- ପୋଲିସକୁ ଖବର ଦିଆଯାଇନି

ଭୁବନେଶ୍ୱର- କିସ୍ ଛାତ୍ର ମୃତ୍ୟୁକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ।କିସ୍ କର୍ତ୍ତୃପକ୍ଷ ସ୍ଥାନୀୟ ଥାନାକୁ କୌଣସି ଖବର ଦେଇନାହାନ୍ତି । କେନ୍ଦୁଝର ଏସ୍ପିଙ୍କ ସହ ଯୋଗଯୋଗରେ ରହିଛି କମିଶନରେଟ୍ ପୋଲିସ । ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ କରାଯାଉଥିବା ନେଇ ସୂଚନା ।
ଏଠାରେ ସୂଚନାଯୋଗ୍ୟ, ଭୁବନେଶ୍ୱର କିସ୍ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।ମୃତ ଛାତ୍ର କେନ୍ଦୁଝର ଟାଉନ ଥାନା ଟିକରଗୁମୁରା ଗାଁର । ଛାତ୍ରଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି, ବଡ଼ ମାଆ ଆଣିଲେ ହତ୍ୟା ଅଭିଯୋଗ ରହିଛି ।ମୃତଦେହ ରଖି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ପରିବାର ।



