Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ଓଡ଼ିଶା ଏଫ୍‌ସିର ନୂଆ କୋଚ୍‌ ଭାବେ କିକୋଙ୍କୁ ମିଳିଲା ଦାୟିତ୍ୱ

ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ୍‌)ର ୮ମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍‌ସି ମଙ୍ଗଳବାର ନୂଆ ମୁଖ୍ୟ କୋଚ୍‌ ଏବଂ ସହକାରୀ କୋଚ୍‌ ନିଯୁକ୍ତ କରିଛି। ସ୍ପେନର ଫ୍ରାନ୍ସିସ୍କୋ ରାମିରେଜ ଗୋଞ୍ଜାଲେଜ (କିକୋ) ମୁଖ୍ୟ କୋଚ୍‌ ଏବଂ ଜୋଆକ୍ୱିନ ଗାର୍ସିଆ ସାଞ୍ଚେଜ (କିନୋ) ନୂଆ ସହକାରୀ କୋଚ୍‌ ହୋଇଛନ୍ତି। ୫୧ ବର୍ଷୀୟ କିକୋ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଦଳ ଓଡ଼ିଶା ଏଫ୍‌ସି ସହ ୧ ବର୍ଷ ପାଇଁ ଚୁକ୍ତି କରିଛନ୍ତି। ତେବେ ଆବଶ୍ୟକ ହେଲେ ତାଙ୍କ କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ।

ଜଣେ ଖେଳାଳିଭାବେ ପେସାଦାର ଫୁଟ୍‌ବଲରୁ ଅବସର ନେବାପରେ କିକୋ ୨୦୦୨ରେ ସ୍ପାନିଶ୍‌ କ୍ଲବ ଜିମ୍ନାଷ୍ଟିକ୍‌ ଦଳର ସହକାରୀ କୋଚ୍‌ଭାବେ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ରେ ସେ ପୋବ୍‌ଲା ମାଫୁମେଟ ଦଳରେ ଯୋଗ ଦେଇଥିଲେ ଏବଂ ପରେ ୨୦୧୨ରେ ପୁଣି ଜିମ୍ନାଷ୍ଟିକ୍‌ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଅନ୍ୟ ସ୍ପାନିଶ୍‌ କ୍ଲବ ସିଇ ଏଲ’ ହସ୍ପିଟାଲେଟ, ସିଡି କାଷ୍ଟେଲୋନ ଏବଂ ସିଇ ସାବାଡେଲ ଦଳକୁ ମଧ୍ୟ କୋଚିଂ ଦେବାର ଦକ୍ଷତା ରଖିଛନ୍ତି। ସ୍ପେନର ପ୍ରଥମ ଡିଭିଜନ ଲିଗ୍‌ରେ ସେ କ୍ଲବ ନାଷ୍ଟିକ୍‌ ଡି ଟାରାଗୋନା ଦଳର ଦ୍ୱିତୀୟ କୋଚ୍‌ ଥିଲେ। ୨୦୧୭ରେ ସେ କୋଚ୍‌ ଭାବେ ବିଦେଶରେ କୋଚିଂ ଦେବା ଆରମ୍ଭ କରିଥିଲେ। ସେତେବେଳେ ସେ ପୋଲାଣ୍ଡ ଫୁଟବଲ କ୍ଲବ ଓ୍ବିସଲା କ୍ରାକୋ ଦଳ ସହ ଚୁକ୍ତି କରିଥିଲେ। ଭାରତ ଆସିବା ପୂର୍ବରୁ ଏହି ୟୁଫା ପ୍ରୋ ଲାଇସେନ୍ସଧାରୀ ଗ୍ରୀକ୍‌ ପେସାଦାର କ୍ଲବ ଏଓ ଜାନଥି ଏଫ୍‌ସି ଦଳର ମଧ୍ୟ କୋଚ୍‌ ଥିଲେ। ସ୍ପେନର ଟାରାଗୋନାରେ ଜନ୍ମିତ କିକୋ ଜିମ୍ନାଷ୍ଟିକ୍‌ ୟୁଥ୍‌ କ୍ଲବ ପକ୍ଷରୁ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ସିନିୟର ଦଳରେ ଖେଳିଥିଲେ। ଏହା ବ୍ୟତୀତ ସେ ସାବାଡେଲ, ମାଲାଗା, ସିଉଟା, କାର୍ଟାଗୋନୋଭା ପରି ସ୍ପେନର ଆଉ କେତେକ କ୍ଲବ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।
ଓଡ଼ିଶା ଏଫ୍‌ସି କ୍ଲବ ସଭାପତି ରାଜ ଅଥଓ୍ବାଲ କିକୋଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ସେ ବିଭିନ୍ନ କ୍ଲବ ସହିତ ଜଡ଼ିତ ରହି ସାରିଥିବାରୁ ଅଭିଜ୍ଞତାରେ ଭରପୂର। ୟୁରୋପରେ ଅନେକ କ୍ଲବ ସହିତ ତାଙ୍କ ରେକର୍ଡ ମଧ୍ୟ ଭଲ। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିବା ଆଶା ରହିଛି ବୋଲି ଅଥଓ୍ବାଲ କହିଛନ୍ତି। ଓଡ଼ିଶା ଏଫ୍‌ସି ସହିତ ଜଡ଼ିତ ହୋଇ ଭାରତ ଆସିଥିବାରୁ କିକୋ ମଧ୍ୟ ଖୁସି ଜାହିର କରିଛନ୍ତି। ଏକ ଶକ୍ତିଶାଳୀ ଦଳ ଗଠନ ପାଇଁ ଆମେ କଠିନ ପରିଶ୍ରମ କରିବୁ ଏବଂ ପ୍ରଶଂସକଙ୍କୁ ଖୁସି କରିବାକୁ ଚେଷ୍ଟା କରିବୁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଓଡ଼ିଶା ଏଫ୍‌ସି ୨୦୨୧-୨୨ ସିଜନ ପୂର୍ବରୁ କିନୋଙ୍କୁ ସହକାରୀ କୋଚ୍‌ ଏବଂ ଫୁଟ୍‌ବଲ ଉନ୍ନୟନ ମୁଖ୍ୟଭାବେ ନିଯୁକ୍ତ କରିଛିି। ୟୁଫା ପ୍ରୋ ଲାଇସେନ୍ସଧାରୀ କିନୋ ଭାଲେନ୍ସିଆ ସିଏଫ୍‌ ୟୁଥ୍‌ ଟିମ୍‌ର କୋଚ୍‌ ଦାୟିତ୍ୱ ତୁଲାଇଛନ୍ତି ଏବଂ କୋଚିଂ ଦିଗରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ନିଜ ନିଯୁକ୍ତିରେ କିନୋ ଖୁସି ଜାହିର କରିବା ସହ ଦଳସହ ଟ୍ରେନିଂ ଆରମ୍ଭ କରିବାକୁ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ପ୍ରଶଂସକଙ୍କୁ ଆମେ ଗର୍ବିତ କରିବାଭଳି କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।

Show More

Related Articles

Back to top button