Breaking PLUSଓଡ଼ିଶାମୁଖ୍ୟ ଖବର
କିସ୍ ଛାତ୍ର ହତ୍ୟା ଘଟଣାରେ ନ୍ୟାୟ ମାଗିଲେ ପରିବାର ଓ ସମ୍ପର୍କୀୟ

ଭୁବନେଶ୍ୱର- କିସ୍ ଛାତ୍ର ହତ୍ୟା ଘଟଣାରେ ନ୍ୟାୟ ମାଗିଲେ ପରିବାର ଓ ସମ୍ପର୍କୀୟ । ଝାଡ଼ା ହେଉଛି ଡାକି ମୃତଦେହ ଧରାଇ ଦେଲେ କହିଲେ ମୃତକଙ୍କ ଅଜା । ୩୦ ହଜାର ଛୁଆ ରହୁଛନ୍ତି, କିପରି ଦାୟିତ୍ବ ଜ୍ଞାନ ରହିଲା ନାହିଁ । ଆଉ ଯେଉଁ ଛୁଆମାନେ ସେଠି ଅଛନ୍ତି, ସେମାନଙ୍କ ଭାଗ୍ୟ କଣ ହେବ । ମୋହନ ଭାଇ ସରକାର ଟିକେ ଏହି କଥା ବୁଝନ୍ତୁ ବୋଲି ମୃତକଙ୍କ ଅଜା କହିଛନ୍ତି ।ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ସମ୍ପର୍କୀୟ । ଆମ ପିଲାକୁ ହତ୍ୟା କରାଯାଇଛି, କୋଟିଏ ଟଙ୍କା କ୍ଷତିପୂରଣ ଦିଅନ୍ତୁ । ସେମାନେ ଧନୀ ଲୋକ, ଟଙ୍କା ଦେଇ ସବୁ ଚାପି ଦେଉଛନ୍ତି । ଆମେ ମୋହନ ସରକାର ଠାରୁ ନ୍ୟାୟ ପାଇବା ନେଇ ଆଶା ରଖିଛୁ ବୋଲି ପରିବାର ପକ୍ଷରୁ କୁହାଯାଇଚି ।



