ଅପରାଧଓଡ଼ିଶାଦେଶଭକ୍ତିମୁଖ୍ୟ ଖବର

କୋଣାର୍କ ମନ୍ଦିରରେ କୋଟି କୋଟି ଟଙ୍କାର ଟିକେଟ ଘୋଟାଲା

ଭୁବନେଶ୍ୱର : କୋଣାର୍କ ମନ୍ଦିରରେ କୋଟି କୋଟି ଟଙ୍କାର ଟିକେଟ ସ୍କାମ୍ ! ଟିକେଟ୍ ରାକେଟ୍‌ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହୋଇଛି। ସନ୍ଦେହକୁ ଦୃଢ କଲା ସୂଚନା ଅଧିକାର ଆଇନର ତଥ୍ୟ। ତଥ୍ୟରୁ ଜଣାପଡ଼ିଛି, ଜାନୁଆରୀରୁ ସେପ୍ଟେମ୍ବର ଭିତରେ ବଢ଼ିଛି ୪ଗୁଣ ରାଜସ୍ୱ । ଧରପଗଡ଼ ପରେ ବଢ଼ି ଯାଇଛି ୪ଗୁଣରୁ ଅଧିକ ପର୍ଯ୍ୟଟକଙ୍କ ସଂଖ୍ୟା। ବିଶ୍ୱପ୍ରସିଦ୍ଧ କୋଣାର୍କ ସହ ଓଡ଼ିଶାର ୭୮ଟି କୀର୍ତ୍ତିଜିର ସୁରକ୍ଷା ଦାୟିତ୍ୱ ନେଇଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ)। କୋଣାର୍କ ମନ୍ଦିର ଓ ଖଣ୍ଡଗିରି-ଉଦୟଗିରି ସମେତ ରାଜ୍ୟର କିଛି ଜାତୀୟ କୀର୍ତ୍ତିରାଜିରେ ପର୍ଯ୍ୟଟକଙ୍କଠାରୁ ପ୍ରତିଦିନ ଟିକେଟ ଜରିଆରେ ଫି ଆଦାୟ କରିଥାଏ ଏଏସଆଇ। କୋଣାର୍କ ମନ୍ଦିରକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କଠାରୁ ଏଏସଆଇର କୋଣାର୍କ ସବ-ସର୍କଲ କର୍ମଚାରୀମାନେ ନିୟମିତ ଭାବେ ଟିକେଟ ଜରିଆରେ ଅର୍ଥ ଆଦାୟ କରୁଥିଲେ। ଜୁଲାଇ ୨୧ ତାରିଖରେ ସ୍ବତନ୍ତ୍ର ଦଳର ଯାଂଚ୍ ପରେ ଆକସ୍ମିକ ଭାବେ ପର୍ଯ୍ୟଟକଙ୍କ ସଂଖ୍ୟା ଓ ଟିକେଟରୁ ମିଳୁଥିବା ଟଙ୍କାର ପରିମାଣ ୪ ଗୁଣରୁ ଅଧିକ ବଢ଼ିଯାଇଥିବା ଦେଖାଯାଇଛି। ପର୍ଯ୍ୟଟକଙ୍କ ଋତୁ କୁହାଯାଉଥିବା ଜାନୁଆରୀ ମାସରେ କୋଣାର୍କକୁ ମାତ୍ର ୪୧ ହଜାର ପର୍ଯ୍ୟଟକ ଆସିଥିବା ଦର୍ଶଯାଇଥିବା ବେଳେ ସେପ୍ଟେମ୍ବର ମାସରେ ହଠାତ ଏହି ସଂଖ୍ୟା ୧ ଲକ୍ଷ ୭୯ ହଜାରରେ ପହଞ୍ଚିଯାଇଥିବା ଦେଖାଯାଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ହଠାତ ସଂଖ୍ୟା ବୃଦ୍ଧିକୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି। କୋଣାର୍କରେ ଭାରତୀୟ ପର୍ଯ୍ୟଟକଙ୍କଠାରୁ ମୁଣ୍ଡ ପିଛା ୪୦ ଟଙ୍କା ଓ କେତେକ ବିଦେଶୀ ପର୍ଯ୍ୟଟକଙ୍କଠାରୁ ମୁଣ୍ଡ ପିଛା ୬୦୦ ଟଙ୍କା ଆଦାୟ ହୋଇଥାଏ । ଜାନୁଆରୀ ମାସରେ ଟିକେଟରୁ ଅର୍ଥ ସଂଗ୍ରହ ପରିମାଣ ମାତ୍ର ୧୬ ଲକ୍ଷ ୭୧ ହଜାର ଟଙ୍କା ହୋଇଥିବାବେଳେ, ସେପ୍ଟେମ୍ବର ମାସରେ ଏହି ପରିମାଣ ୭୨ ଲକ୍ଷ ୨୭ ହଜାରକୁ ବୃଦ୍ଧି ପାଇଥିଲା । ଯାହାକି ୪ଗୁଣରୁ ଅଧିକ। ତେବେ ଟିକେଟକୁ ରିସାଇକେଲ କରି ପର୍ଯ୍ୟଟକଙ୍କ ସଂଖ୍ୟାକୁ ଜାଣିଶୁଣି କମାଯାଇ ଏହି ବାଟରେ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ସନ୍ଦେହ ସୃଷ୍ଟି ହୋଇଛି। ଐତିହ୍ୟ ଗବେଷକ ଅନିଲ ଧୀର କହିଛନ୍ତି, ଏ ନେଇ ଗଭୀର ସନ୍ଦେହ ରହିଛି। ଏହି ଲକ୍ଷାଧିକ ଟଙ୍କା ଅର୍ଥ ତୋଷରପାତ ପଛରେ ଅନେକ କର୍ମଚାରୀ ରହିଛନ୍ତି। ଏହାର ଏକ ତଦନ୍ତ ହେବା ଉଚିତ। ଜୁଲାଇ ମାସରେ ଧରପଗଡ଼ ହେବା ପରେ ଓ ଅନେକ କର୍ମଚାରୀଙ୍କୁ ବଦଳାଇବା ପରେ ଟିକେଟ ଆଦାୟ ଅର୍ଥ ବଢ଼ିଛି। କୋଣାର୍କ ସୁରକ୍ଷା ସମିତିର ସଂଯୋଜକ ଭାଗିରଥୀ ସ୍ବାଇଁ କହିଛନ୍ତି, ଆମେ ଏ ନେଇ ସନ୍ଦେହ କରୁଛୁ। କାରଣ ପର୍ଯ୍ୟଟକ ସଂଖ୍ୟା ସମାନ ଥିବା ବେଳେ ଏବେ ଆଦାୟ ଅର୍ଥ ରାଶି ବଢ଼ିଯାଉଛି କେମିତି?

Show More

Related Articles

Back to top button