Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ୧୨ଘଣ୍ଟିଆ କୁଚିଣ୍ଡା ବନ୍ଦ

ଆଜି କଂଗ୍ରେସ ଓ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତବେଳେ ପ୍ରତିବାଦ କରୁଥିବା ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ବିଜେଡ଼ି କର୍ମୀ ମାଡ଼ ମାରିଥିଲା । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ଏହାକୁ ଅଟକାଇପାରିନଥିବା ଅଭିଯୋଗ ହୋଇଥିଲା । ଏହାକୁ ପ୍ରତିବାଦ କରି ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ କୁଚିଣ୍ଡା ବନ୍ଦ ପାଳନ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ୍ ଉପସ୍ଥିତିରେ ଯୁବ କଂଗ୍ରେସ ନେତା ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଏଥିରେ ସେ ଗରୁତର ଆହତ ହୋଇଥିଲେ । ଆଜି ଏହାକୁ ବିରୋଧ କରି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରିବା ସହ ଏବେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଦୁଇଟି ଦଳ ବନ୍ଦୀ କରିଥିବା ଜଣାପଡିଛି । ଟୁକୁନି ସାହୁ କୁଚିଣ୍ଡାକୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଇଥିବା ବେଳେ ଏହି ଦୁଇଟି ଦଳ ତାଙ୍କୁ ଡାକବଙ୍ଗଳାରେ ବନ୍ଦ କରି ତାଲା ପକାଇଦେଇଛନ୍ତି । ଡାକବଙ୍ଗଳା ବାହାରେ ଏବେ ନାରାବାଜି ଚାଲୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏବଂ ଏସଡିପିଓ ଉପସ୍ଥିତ ରହିଛନ୍ତି ।

Show More

Related Articles

Back to top button