ଅପରାଧଦେଶ ବିଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସ ନେତା କେ.ଆର ରମେଶ କୁମାରଙ୍କୁ ଦୁର୍ବ୍ୟବହାର କରି କ୍ଷମା ମାଗିଲେ କୁମାରାସ୍ୱାମୀ

ବେଙ୍ଗାଲୁରୁ: କଂଗ୍ରେସ ନେତା କେ.ଆର ରମେଶ କୁମାରଙ୍କୁ ଦୁର୍ବ୍ୟବହାର କରି କ୍ଷମା ମାଗିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର(ଜେଡିଏସ) ନେତା ଏଚଡି କୁମାରାସ୍ୱାମୀ। ସେ ଦୁର୍ବ୍ୟବହାର କରୁଥିବା ବେଳର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ କ୍ଷମା ମାଗିଛନ୍ତି।

ରମେଶ କୁମାର କର୍ଣ୍ଣାଟକା ବିଧାନସଭାର ୧୬ତମ ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି। ହେଲେ ତାଙ୍କ ପ୍ରତି କୁମାରାସ୍ୱାମୀ ଅତ୍ୟନ୍ତ ଆତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ କୁମାରାସ୍ୱାମୀ ନିଜ ନିର୍ବାଚନମଣ୍ଡଳୀ ଶ୍ରୀନିବାସପୁର ଠାରେ ଗୋଟିଏ କାର୍‌ରେ ବସିବାକୁ ଯାଉଛନ୍ତି।

ଏହି ସମୟରେ ସେ ଜଣେ ଜେଡିଏସ କର୍ମୀଙ୍କ ସହ କଥା ହେବା ବେଳେ କଂଗ୍ରେସ ନେତା ରମେଶ କୁମାରଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଏହି ଭିଡିଓକୁ ଟ୍ୱିଟ କରି କୁହାଯାଇଥିଲା ଯେ, ରାଜନୀତି କେବେ ହେଲେ ଘୃଣାକୁ ପାଥେୟ କରି କରାଯାଏ ନାହିଁ।

ଆମେ ଯେଉଁ ଶବ୍ଦ ବ୍ୟବହାର କରିଥାଉ, ତାହା ଆମ ବ୍ୟକ୍ତିତ୍ୱର ଆଇନ ଭଳି ହୋଇଥାଏ। ଆପଣ ବ୍ୟବହାର କରିଥିବା ଶବ୍ଦ ଆପଣଙ୍କୁ କୌଣସି ପ୍ରକାରର ଫାଇଦା ଦେବନି କିମ୍ବା ରାଜନୀତିରେ ଆପଣଙ୍କ ଛବିକୁ ବୃଦ୍ଧି କରିବ ନାହିଁ। ବରିଷ୍ଠମାନେ କହିଛନ୍ତି ଯେ, ରାଜନୀତି ପରସ୍ପରକୁ ସମ୍ମାନ ଦେଇ କରାଯାଏ ବୋଲି କଂଗ୍ରେସ ଟ୍ୱିଟ କରିଥିଲା।

ଏହି ଟ୍ୱିଟ ପରେ କୁମାରାସ୍ୱାମୀ ତୁରନ୍ତ ନିଜର ତ୍ରୁଟି ସୁଧାରିଛନ୍ତି। ସେ କହିଛନ୍ତି, “ପୂର୍ବତନ ବାଚସ୍ପତି ରମେଶ କୁମାରଙ୍କ ପ୍ରତି ମୁଁ ବ୍ୟବହାର କରିଥିବା ଶବ୍ଦ ମୋତେ ମଧ୍ୟ ମର୍ମାହତ କରିଛି। ଏହି ଶବ୍ଦ ଆଦୌ ମୋର ବ୍ୟକ୍ତିତ୍ୱକୁ ଦର୍ଶାଉ ନାହିଁ। ମୋ ଶବ୍ଦ ଯଦି ରମେଶ କୁମାର ଓ ଅନ୍ୟମାନଙ୍କୁ ଆଘାତ ଦେଇଛି, ତା’ହେଲେ ଏଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି।

Show More

Related Articles

Back to top button