
ଋଶ କୁରିଲ ଦ୍ବୀପପୁଞ୍ଜ ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଷ୍ଟେସନର ପ୍ରମୁଖ ଏଲେନା ସେମେନୋଭା ଭୂକମ୍ପ ନେଇ ସୂଚନା ଦେଇଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫.୮ ରେକର୍ଡ କରାଯାଇଛି ।
ସେମେନୋଭା କହିଛନ୍ତି ଯେ, ଆଜି ସକାଳେ ଭୂକମ୍ପ କେନ୍ଦ୍ର ସିମୁଶିର ଦ୍ବୀପର ଦକ୍ଷିଣରେ ୧୧ କିଲୋମିଟର ଦୂର ୫୯ କିଲୋମିଟର ଗଭୀରରେ ଥିଲା । ସେ କହିଛନ୍ତି ସୁନାମୀର କୌଣସି ଚେତାବନୀ ଜାରି କରାଯାଇନାହିଁ ।