Breaking PLUSଓଡ଼ିଶାମୁଖ୍ୟ ଖବର
ଦକ୍ଷିଣରେ ବର୍ଷା ବିତ୍ପାତ, ପାରଳାଖେମୁଣ୍ଡିରେ ପଥର ଧସି ରାସ୍ତା ବନ୍ଦ
() ଦକ୍ଷିଣରେ ବର୍ଷା ବିତ୍ପାତ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି । ପାରଳାଖେମୁଣ୍ଡିରେ ପଥର ଧସିଲା । ଅତିପ୍ରବଳ ବର୍ଷା ଯୋଗୁ ପାହାଡରୁ ପଥର ଧସିଛି । ଫଳରେ ରାସ୍ତା ବନ୍ଦ ହୋଇଯାଇଛି ।
ଗୁମ୍ମା ବ୍ଲକ କୁଜାସିଂରୁ ଅଜୟଗଡ଼ ରାସ୍ତାରେ ପାହାଡରୁ ପଥର ଧସିଥିବା ସୂଚନା ମିଳିଛି । ଫଳରେ ଏହି ରାସ୍ତାଟି ବନ୍ଦ ହୋଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ରବିବାରଠାରୁ ଦକ୍ଷିଣ ଓଡିଶାରେ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁ ପଥର ଧସିବା, କଚ୍ଚା ଘର ଭୁଶୁଡିବା ପରିସ୍ଥିତି ଦେଖାଦେଇଛି ।…