Breaking PLUSଦେଶମୁଖ୍ୟ ଖବର

ମହାକାଳ ମହାଲୋକରେ ଦେଶର ପ୍ରଥମ ହେଲଦି-ହାଇଜେନିକ ଫୁଡ୍ ଷ୍ଟ୍ରିଟ୍ ‘ପ୍ରସାଦମ’ର ଲୋକାର୍ପଣ

ଉଜ୍ଜୟିନୀ, 7 ଜାନୁଆରୀ – ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳଙ୍କ ନଗରୀ ଉଜ୍ଜୟିନୀରେ ଶ୍ରୀ ମହାକାଳ ଲୋକ ପରିସରରେ ରବିବାର ଦେଶର ପ୍ରଥମ ହେଲଦି ଏବଂ ହାଇଜେନିକ ଫୁଡ୍ ଷ୍ଟ୍ରିଟ ‘ପ୍ରସାଦମ’ର ଲୋକାର୍ପଣ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଓ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଦ୍ୱିପ୍ରହରରେ ଏହାର ଶୁଭାରମ୍ଭ କରିଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭ୍ୟ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚି ଜ୍ୟୋତିର୍ଲିଙ୍ଗ ଦର୍ନ ଓ ପୂଜନ କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।
ଏହାପରେ ଉଭୟେ ମହାକାଳ ମହାଲୋକରେ ନିର୍ମାଣ ହୋଇଥିବା ସ୍ୱସ୍ଥ୍ୟ ଓ ସ୍ୱଚ୍ଛ ଷ୍ଟ୍ରିଡ୍ ଫୁଡ ହବ୍ ‘ପ୍ରସାଦମ’ ଏବଂ ଅବନ୍ତିକା ହାଟ ବଜାରର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଅତିଥ୍ୟ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ 36 ସ୍ୱାସ୍ଥ୍ୟ ସଂସ୍ଥାର ଭୂମିପୂଜନ ଓ 150 ସ୍ୱାସ୍ଥ୍ୟ ସଂସ୍ଥାର ଲୋକାର୍ପଣ କରାଯାଇଥିଲା ।

Show More

Related Articles

Back to top button