Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୫ରେ ବାମଦଳର ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ପକ୍ଷରୁ ସମର୍ଥନ

ହୁ ହୁ ହୋଇ ବଢ଼ୁଛି ତୈଳଦର । ପେଟ୍ରୋଲ, ଡିଜେଲ ଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ି ଚାଲିଛି । ତୈଳଦରର ଅହେତୁକ ବୃଦ୍ଧିକୁ ବିରୋଧ କରିଛନ୍ତ ବାମପନ୍ଥୀ ଦଳ ଓ ବିଭିନ୍ନ ସଂଗଠନ । ସେମାନଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

ବାମ ଦଳର ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ । ବନ୍ଦକୁ କଂଗ୍ରେସ ସମର୍ଥନ କରୁଥିଲେ ସୁଦ୍ଧା ରାସ୍ତାରୋକ କିମ୍ବା ପ୍ରତିବାଦ କରାଯିବ ନାହିଁ । ଏକଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ତେବେ ୧୫ ତାରିଖ ଗୋଟିଏ ଦିନ ଜନସାଧାରଣ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନକିଣି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ।

Show More

Related Articles

Back to top button