ଦେଶ ବିଦେଶସ୍ୱତନ୍ତ୍ର

ଆସନ୍ତୁ ବିଶ୍ୱପ୍ରେମ ଓ ବିଶ୍ୱଭାତୃତ୍ୱ ଆଧାରରେ ବସୁଧୈବ କୁଟୁମ୍ବକମର ବାର୍ତ୍ତା ବହନ କରି ସମଗ୍ର ବିଶ୍ୱକୁ ସାମିଲ କରିବା

ରାଣୀ ଏଲିଯାବେଥ ଦ୍ୱିତୀୟଙ୍କ ବିୟୋଗରେ ସାରା ବିଶ୍ୱ ମର୍ମାହତ । ତାଙ୍କର ଅନ୍ତେଷ୍ଟି କ୍ରିୟାରେ ଦେଶ ବିଦେଶର ରାଷ୍ଟ୍ର ମୁଖ୍ୟ ଯୋଗ ଦାନ କରୁଛନ୍ତି । ଏହା ମଣିଷର ପରମ୍ପରା ଓ ମାନବୀୟ ମୂଲ୍ୟବୋଧର ଉତ୍କର୍ଷତା ପ୍ରଦର୍ଶନ କରେ । କିନ୍ତୁ ବାସ୍ତବ ଦୃଷ୍ଟିରେ ଦେଖିଲେ ସାରା ପୃଥିବୀର ସମସ୍ତ ରାଷ୍ଟ୍ର ମୁଖ୍ୟ ତଥା ସାଧାରଣ ଜନତାଙ୍କ ମଧ୍ୟରେ ସେଭଳି ଅତ୍ମୀୟତା ସୃଷ୍ଟି ହୋଇ ପାରୁଛି କି ?

ସେମାନଙ୍କ ହୃଦୟ – ହୃଦୟର ମିଳନ ହୋଇ ପାରୁଛି କି?

ଯଦି ନ ହୋଇ ପାରୁଛି କେବଳ ଅନ୍ତେଷ୍ଟି କ୍ରିୟାର ମିଳନରେ କି ଲାଭ ?

ଅନ୍ୟ ପକ୍ଷରେ ସାରା ପୃଥିବୀର ରାଷ୍ଟ୍ର ମୁଖ୍ୟ ତଥା ବୁଦ୍ଧିଜୀବୀ ମାନଙ୍କ ସହିତ ସମସ୍ତ ଜନସାଧାରଣଙ୍କର ହୃଦୟ – ହୃଦୟର ମିଳନର ଆବଶ୍ୟକତା ନାହିଁ କି ?

ଭୌତିକ ସମ୍ପଦର ଅଧିକାରୀତ୍ୱ ଆମମାନଙ୍କ ହୃଦୟ – ହୃଦୟର ମିଳନରେ ବାଧକ ସାଜୁ ନାହିଁକି ?

ତେବେ ସାରା ପୃଥିବୀର ସମସ୍ତ ନାରାନାରୀଙ୍କ ହୃଦୟ – ହୃଦୟର ମିଳନ ଆଗ, ନା, ଆମେ ଦେଶ – ଦେଶ ଭିତରେ ସୀମା ବଦ୍ଧ ହୋଇ ଦେଶପ୍ରେମ ନାଁରେ ଅନ୍ୟାନ ଦେଶକୁ ନିକୃଷ୍ଟ ଦୃଷ୍ଟିରେ ଦେଖି ଚାଲିବା ଉଚିତ କି ?

ତେବେ ଆସନ୍ତୁ ନା ! ବିଶ୍ୱପ୍ରେମ ଓ ବିଶ୍ୱଭାତୃତ୍ୱ ଆଧାରରେ ବସୁଧୈବ କୁଟୁମ୍ବକମର ବାର୍ତ୍ତା ବହନ କରି ସମଗ୍ର ବିଶ୍ୱ ନାରାନାରୀଙ୍କୁ ବିଶ୍ୱ ପରିବାରରେ ସାମିଲ କରିବା ।

Show More

Related Articles

Back to top button