ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଶୀତଦିନେ ଶୁଣ୍ଠୀ ଖାଇବା ଦ୍ୱାରା କଣ ସବୁ ଉପକାର ମିଳିଥାଏ

ଶୀତଋତୁରେ ଥଣ୍ଡା ଓ ସଂକ୍ରମଣରୁ ନିଜ ଖାଦ୍ୟରେ ଏପରି କିଛି ପଦାର୍ଥକୁ ସାମିଲ କରିବା ବଶ୍ୟକ ଯାହା ଆପଣଙ୍କୁ ଲାଭ ଦେବା l ସେଗୁଡିକ ମଧ୍ୟରୁ ଗୋଟିଏ ହେଲା ଶୁଣ୍ଠୀ l ଶୁଖିଲା ଆଦର ଗୁଣ୍ଡକୁ ଆମେ ଶୁଣ୍ଠୀ କହିଥାଉ l ଏହା ଶୀତଦିନେ ସେବନ କରିବା ଦ୍ୱାରା ଅନେକ ଲାଭ ମିଳେ କାରଣ ଏହା ଶରୀରକୁ ଗର୍ମ ପ୍ରଦାନ କରିଥାଏ

ଶୁଣ୍ଠୀକୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ ,ଅଧିକ ମାତ୍ରାରେ ସେବନ କଲେ ଛାତି ପୋଡା ,ପାଚନ ସମସ୍ୟା ଓ ଡାଇରିଆ ହେବାର ସମ୍ଭାବନା ରହିଥାଏ l ..

ଶୁଣ୍ଠୀ ରେ ଆଇରନ ,କ୍ୟାଲସିୟମ ,ମ୍ୟାଗନେସିୟମ ,ଫାଇବର ,ସୋଡିୟମ ,ଭିଟାମିନ-ଏ ,ଭିଟାମିନ-ସି ,ଜିଙ୍କ ,ଫୋଲିକ ଏସିଡ ,ଫ୍ୟାଟି ଏସିଡ ଓ ପୋଟାସିୟମ ଭଳି ପୋଷକତତ୍ୱ ରହିଥାଏ l ଯାହା ଆମ ଶରୀରକୁ ଶୀତ ଋତୁରେ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ l

* ମୁଣ୍ଡ ବିନ୍ଧାରୁ ଆରାମ ଦିଏ -ଶୀତଋତୁରେ ସାମାନ୍ୟ ଥଣ୍ଡା ଭୟଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଥାଏ l ଶୁଣ୍ଠୀ ସେବନ କରିବା ଦ୍ୱାରା ମୁଣ୍ଡ ବିନ୍ଧା ବ୍ୟତୀତ ମଇଗ୍ରେନରୁ ମଧ୍ୟ ଆରମ୍ଭ ମିଳେ l ଶୁଣ୍ଠୀ ରେ ଆଇରନ ଭଳି ପୋଷକତତ୍ୱ ଅଧିକ ରହିଥିବା କାରଣରୁ ଶରୀରରେ ରକ୍ତ ସଂଚାଳନ ଭଲରେ ହୋଇଥାଏ ଓ ମସ୍ତିଷ୍କକୁ ଅକ୍ସିଜେନ ଠିକ ମାତ୍ରାରେ ପହଂଚିଥାଏ l

* ପେନ କିଲରର କାମ କରିଥାଏ ଶୁଣ୍ଠୀ -ଶୁଣ୍ଠୀ ଉପରେ ହୋଇଥିବା ବିଭିନ୍ନ ଗବେଷଣାରୁ ଜଣ ପଡିଛି ଯେ ଶୁଣ୍ଠୀ ବିଭିନ୍ନ ପ୍ରକାରର ଯନ୍ତ୍ରଣାକୁ ଦୂର କରିଥାଏ l ସେଥିପାଇଁ ଆୟୁର୍ବେଦରେ ଶୁଣ୍ଠୀ କୁ ନେଚୁରାଲ ପେନ କିଲର ବୋଲି କୁହାଯାଏ l ଶୁଣ୍ଠୀ ମିଶ୍ରିତ ଚାହା ପିଇବା ଦ୍ୱାର ମାସିକ ଋତୁସ୍ରାବ ସମୟରେ ଆରାମ ମିଳିଥାଏ l

* ପାଚନ ତନ୍ତ୍ର ପାଇଁ ଲାଭ ଦାୟକ ଶୁଣ୍ଠୀ – ଶୁଣ୍ଠୀ କୁ ନିୟମିତ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ ,କିନ୍ତୁ ଏହାକୁ ଆପଣ କମ ମାତ୍ରାରେ ସେବନ କରିବା ବଶ୍ୟକ l ଯଦି ଆପଣ ପ୍ରତେକ ଦିନ ପେଟ ସମ୍ବଧୀୟ ରୋଗ ଗ୍ୟାସ ଏସିଡ଼ିଟି ଇତ୍ୟାଦିରେ ଆକ୍ରାନ୍ତ ହେଉଛନ୍ତି ତେବେ ଶୁଣ୍ଠୀ ଗୁଣ୍ଡ ସେବନ କରନ୍ତୁ l ଶୁଣ୍ଠୀ ମେଟାବୋଲିକକୁ ବଢ଼ାଇ ଥାଏ ଯାହା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇଥାଏ l

* କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିଥାଏ ଶୁଣ୍ଠୀ – ଶୁଣ୍ଠୀ ଗୁଣ୍ଡ ନିୟମିତ ସେବନ କଲେ ରକ୍ତରେ କୋଲେଷ୍ଟ୍ରଲ ସ୍ତର ଓ ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ l ଏହା ଦ୍ୱାରା ହୃଦୟ ସହିତ ଯୋଡି ହୋଇଥିବା ବିପଦ ଦୂର ହୋଇଥାଏ l

* ଗର୍ଭାବସ୍ଥାରେ ଶୁଣ୍ଠୀ ଲାଭ ଦାୟକ – ଗର୍ଭାବସ୍ଥାରେ ଶୁଣ୍ଠୀ ଖାଇବା ହିତକର ବୋଲି ଗବେଷକ ମାନେ କହିଛନ୍ତି l କାରଣ ସେହି ସମୟରେ ଦେଖା ଯାଉଥିବା ବାନ୍ତି ,ଗ୍ୟାସ ଓ ଏସିଡ଼ିଟି ସମସ୍ୟା ଶୁଣ୍ଠୀ ଦ୍ୱାରା ଦୂର ହୋଇଥାଏ l

Show More

Related Articles

Back to top button