Breaking PLUSଓଡ଼ିଶାମୁଖ୍ୟ ଖବର
ଘନକୁହୁଡ଼ି ଯୋଗୁଁ କୋରାପୁଟରେ ଜନଜୀବନ ପ୍ରଭାବିତ

ଭୁବନେଶ୍ୱର- ଘନକୁହୁଡ଼ି ଯୋଗୁଁ ଗୁରୁବାର କୋରାପୁଟରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା। ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ି ବାୟୁମଣ୍ଡଳକୁ ଅଚ୍ଛାଦିତ କରି ରଖିଥିଲା। ତାଳଚେର, ଅନୁଗୋଳ, କେନ୍ଦୁଝର, ଫୁଲବାଣୀ ଏବଂ ଚାନ୍ଦବାଲିରେ ଘନକୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନକୁହୁଡ଼ି ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝରଗଡ଼, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଏବଂ କୋରାପୁଟ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି ।