Breaking PLUSଓଡ଼ିଶାମୁଖ୍ୟ ଖବର
20 ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା
ଭୁବନେଶ୍ୱର- 20 ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଭିନ୍ନକ୍ଷମ ଓ ଅତି ବୟସ୍କ ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବେ ସରକାର ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନୂଆ ବର୍ଷ ବେଳେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ସରକାର । ମାର୍କେଟ ଛକ ପର୍ଯ୍ୟନ୍ତ ଧାଡ଼ି ବ୍ୟବସ୍ଥା କରାଯାଇଛି । ଧାଡ଼ିରେ ଛିଡା ହେଲା ବେଳେ ଭକ୍ତ ମାନଙ୍କୁ ପାଣି ଯୋଗାଇ ଦିଆଯାଉଛି । ଏହାସହ କୁଲର କିମ୍ବା ଫ୍ୟାନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ସଚେତନ ଅଛନ୍ତି । ଭିଡ଼ ଅଧିକ ରହୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଏବେ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।