Breaking PLUSଓଡ଼ିଶାମୁଖ୍ୟ ଖବର

୨୦୨୩-୨୪ରେ ବିକ୍ରି ହୋଇଛି ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ବିଦେଶୀ ମଦ

ଭୁବନେଶ୍ୱର, 7 ଡିସେମ୍ବର – ରାଜ୍ୟରେ ବଢୁଛି ମଦ ବ୍ରିକି । ଆଇନ ମନ୍ତ୍ରୀ ଗୃହରେ କହିଛନ୍ତି, ୨୦୨୨-୨୩ ମସିହାରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଛି ।

୨୦୨୨-୨୩ମସିହାରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ମସିହାରେ ୯୮ ଲକ୍ଷ ୪୩ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭ ଲକ୍ଷ ୨୧ ହଜାର ୬୯୯ କୋଟି ଟଙ୍କାରେ ପହଞ୍ଚିଛି ।  ସେହିପରି ୨୦୨୨-୨୩ ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲ୍କ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲ୍କ ଲିଟର ବିକ୍ରି ହୋଇଛି।

ମଦ ରାଜସ୍ବ  ବରଗଡ ଜିଲ୍ଲାରୁ ସର୍ବାଧିକ ଆସୁଛି । ବରଗଡରୁ ସର୍ବାଧିକ ୧୨୪କୋଟି ୯୯ ଲକ୍ଷର ଅବକାରୀ ରାଜସ୍ବ ଆସୁଛି । ବରଗଡ ପଛକୁ ରହିଛି ଗଞ୍ଜାମ । ଏଠାରୁ ୧୦୦ କୋଟି ୯୬ ଲକ୍ଷର ଅବକାରୀ ରାଜସ୍ବ ଆଦାୟ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button