Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ବାଲାଂଦେଶକୁ କୋଭିଡ୍ ଟିକା ଦେବାକୁ ମନା କରିଦେଲା ଲିଥୁଆନିଆ

ରୁଷିଆକୁ ନିନ୍ଦା କରିବାରୁ ବାଂଲାଦେଶକୁ କୋଭିଡ୍‌ ଟିକା ଆଉ ମିଳିବ ନାହିଁ

ରୁଷକୁ ବିରୋଧ କରିବାରୁ ବାଲାଂଦେଶକୁ କୋଭିଡ ଟିକା ଦେବାକୁ ମନା କରିଦେଇଛି ଲିଥୁଆନିଆ । ନିକଟରେ ମିଳିତ ଜାତିସଂଘ ମହାସଭାରେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ବିରୋଧରେ ନିନ୍ଦା ପ୍ରସ୍ତାବ ଏବଂ ୟୁକ୍ରେନରୁ ରୁଷ ସୈନିକ ବାହାର କରିବା ନେଇ ମତଦାନ ହୋଇଥିଲା। ଏଥିରେ ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ମତଦାନ କରିଥିବା ବେଳେ ୫ ଦେଶ ଏହାର ବିରୋଧ କରିଥିଲେ।  ୩୫ ଦେଶ ମତଦାନରୁ ଦୂରେଇ ରହିଥିଲେ। ଏହି ୩୫ ଦେଶରେ ସାମିଲ୍ ଥିଲା ଭାରତର ପଡୋଶୀ ଦେଶ ବାଂଲାଦେଶ। ବାଂଲାଦେଶର ଏହି ପଦକ୍ଷେପ କାରଣରୁ ଲିଥୁଆନିଆ ବାଂଲାଦେଶକୁ କରୋନା ଟିକାର ୪.୪ ଲକ୍ଷରୁ ଅଧିକ ଡୋଜ୍ ପଠାଇବା ନିଷ୍ପତ୍ତିକୁ ବଦଳାଇ ଦେଇଛି। କହିବାକୁ ଗଲେ ଲିଥୁଆନିଆ ବାଂଲାଦେଶକୁ ଟିକା ପଠାଇବା ନିଷ୍ପତ୍ତିକୁ ରଦ୍ଦ କରି ଦେଇଛି। ଲିଥୁଆନିର ନ୍ୟାସନାଲ ରେଡିଓ ଆଣ୍ଡ ଟେଲିଭିଜନର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଲିଥୁଆନିଆର ପ୍ରଧାନମନ୍ତ୍ରୀ ଇଙ୍ଗିଡ୍ରା ସିମୋନିଟିର ମୁଖପାତ୍ର ଏଲଆରଟି ଏହାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଲିଥୁଆନିଆ ସପ୍ତାହ ଆରମ୍ଭରୁ ୪,୪୦,୦୦୦ ରୁ ଅଧିକ କୋଭିଡ୍‌-୧୯ ଟିକା ବାଂଲାଦେଶକୁ ପଠାଇବା ପାଇଁ ସ୍ଥିର କରିଥିଲା। ୟୁକ୍ରେନ୍‌ ପ୍ରସଙ୍ଗରେ ରୁଷିଆକୁ ନିନ୍ଦା କରିବାରୁ ବାଂଲାଦେଶକୁ କୋଭିଡ୍‌ ଟିକା ଆଉ ମିଳିବ ନାହିଁ ବୋଲି ଘୋଷଣା କରିଛି ଲିଥୁଆନିଆ।

Show More

Related Articles

Back to top button