Breaking PLUSପାଣିପାଗ

୨୪ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ

ସେପଟେ ବର୍ଷା ଯୋଗୁଁ ବେହାଲ ଚେନ୍ନାଇ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେଇପାରେ ଲଘୁଚାପର ରୂପ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୧ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ତାମିଲନାଡୁରେ ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଏସବୁ ଭିତରେ ଏବେ ଚେନ୍ନାଇରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଘାଟରେ ପାଣି ଜମିଥିବା ବେଳେ ଅନେକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଯେଉଁଥିପାଇଁ ସ୍କୁଲ ଗୁଡିକୁ ଆଗାମୀ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଅନ୍ୟପଟେ ନଭେମ୍ବର ମାସରେ ଲଘୁଚାପ ସମ୍ଭାବନା ଦେଖାଦେବା ପରେ ଲୋକଙ୍କୁ ଭୟ ଘାରିଛି । ଏହି ଲଘୁଚାପ ପରେ ଶୀତର ପ୍ରକୋପ ବଢିବ ବୋଲି କୁହାଯାଉଛି ।

Show More

Related Articles

Back to top button