Breaking PLUSଓଡ଼ିଶାମୁଖ୍ୟ ଖବର
ଲୋୟର ପିଏମ୍ଜିରେ କଂଗ୍ରେସ-ପୁଲିସ ଧସ୍ତାଧସ୍ତି

ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ଶନିବାର କଂଗ୍ରେସର ରଣହୁଙ୍କାର ଦେଖିବାକୁ ମିଳିଛି । ଲୋୟର ପିଏମ୍ଜିରେ କଂଗ୍ରେସ-ପୁଲିସ ଧସ୍ତାଧସ୍ତି ହୋଇଛନ୍ତି। ମହିଳାଙ୍କ ଉପରେ ଅତ୍ୟାଚାର ଅଭିଯୋଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ବେଳେ ଧସ୍ତାଧସ୍ତି ହୋଇଛନ୍ତି କଂଗ୍ରେସ କର୍ମୀ ଓ ପୁଲିସ । ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛି କଂଗ୍ରେସ । କିଛି କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇ ନେଇଛି । କିଟ୍ରେ ଛାତ୍ରୀ ମୃତ୍ୟୁ, ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାକୁ ନେଇ କଂଗ୍ରେସର ହଲାବୋଲ୍ ଦେଖାଯାଇଛି ।