Breaking PLUSଦେଶମୁଖ୍ୟ ଖବର
ଏଲପିଜି ସିଲିଣ୍ଡର ଦର 50 ଟଙ୍କା ବୃଦ୍ଧି

ଏଲପିଜି ସିଲିଣ୍ଡର ଦର 50 ଟଙ୍କା ବୃଦ୍ଧି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ଅନୁସାରେ ସବୁପ୍ରକାରର ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି । ଉଜ୍ଜଳା ଯୋଜନାରେ ଏଲପିଜି ପାଉଥିବା ଗ୍ରାହକଙ୍କ ପାଇଁ ବି ଏହି ଦର ବୃଦ୍ଧି ଲାଗୁ ହେବ । ଏଣିକି ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୫୦୦ ବଦଳରେ ୫୫୦ ଟଙ୍କା ଦେବାକୁ ହେବ । ଅନ୍ୟପକ୍ଷରେ ସାଧାରଣ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଭୁବନେଶ୍ବର ଏବେ ୮୨୯ ଟଙ୍କା ଥିବାବେଳେ ଦରବୃଦ୍ଧି ପରେ ତାହା ୮୭୯ ଟଙ୍କା ହେବ । ତେବେ ଏହି ଦରବୃଦ୍ଧିର କାରଣ ସମ୍ପର୍କରେ ସରକାର କୌଣସି ସୂଚନା ଦେଇନାହାନ୍ତି ।