Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଭାରତରେ ଉପଲବ୍ଧ ହେବ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍-୧୩
ଆଇଫୋନ୍-୧୩ ଆପଲ୍ର ସର୍ବାଧିକ ବିକ୍ରି ହେଉଥିବା ଫୋନ୍ ଅଟେ ।
ନୂଆଦିଲ୍ଲୀ: ଚେନ୍ନାଇରେ ଏହାର ପ୍ରଥମ ଉତ୍ପାଦନ ୟୁନିଟ୍ରେ ଆଇଫୋନ୍-୧୩ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି । ଫଳରେ ଭାରତରେ ଏଣିକି ଉପଲବ୍ଧ ହେବ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍-୧୩ । ଫକ୍ସକନ୍ ସହିତ ମିଳିତ ଭାବରେ ଏହି ଫୋନର ଉତ୍ପାଦନ ଆରମ୍ଭ ହେବ । ସ୍ଥାନୀୟ ଗ୍ରାହକଙ୍କ ପାଇଁ ଫୋନ୍ ନିର୍ମାଣ କରି ଆମେ ଖୁସି ବୋଲି ଆପଲ୍ ପକ୍ଷରୁ କୁହାଯାଇଛି । ସେହିପରି କମ୍ପାନୀର ଦୁଇ ପାର୍ଟନର ଫକ୍ସକନ୍ ଏବଂ ୱିଷ୍ଟ୍ରନ୍ ମଧ୍ୟ ଚଳିତ ମାସରୁ ମୋବାଇଲ ଉତ୍ପାଦନ ଆରମ୍ଭ କରିବେ । ଆଇଫୋନ୍-୧୨ ମଡେଲରୁ ଏହି ଦୁଇ କମ୍ପାନୀ ନିଜର ଉତ୍ପାଦନ ଆରମ୍ଭ କରିବେ । । ଆଇଫୋନ୍-୧୩ ଆପଲ୍ର ସର୍ବାଧିକ ବିକ୍ରି ହେଉଥିବା ଫୋନ୍ ଅଟେ । ୨୦୧୭ରୁ ଆପଲ୍ ଭାରତରେ ଉତ୍ପାଦନ ଆରମ୍ଭ କରିଥିଲା । ଆଇଫୋନ୍ ଏସ୍ଇ ସହିତ ଆଇଫୋନ୍-୧୧ ଓ ୧୨ର ଉତ୍ପାଦନ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ବଜାରରେ ମିଳିବ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍-୧୩ । ତେବେ ଆପଲ ପକ୍ଷରୁ ଏହାର କୌଣସି ପ୍ରୋ ମଡେଲ ଭାରତରେ ତିଆରି କରାଯାଇନାହିଁ ।