Breaking PLUSଦେଶମୁଖ୍ୟ ଖବର

ଇସ୍ତଫା ଦେଲେ ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ

ମୁମ୍ବଇ: ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହକର୍ମୀ ବାଲ୍ମିକ କରାଡ଼ଙ୍କୁ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ କରାଯିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମୁଣ୍ଡେଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ। ମହାରାଷ୍ଟ୍ରର ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ଫଡନାଭିସ୍ କହିଛନ୍ତି ଯେ, ମୁଣ୍ଡେ ତାଙ୍କ ଇସ୍ତଫା ମୋ ନିକଟରେ ଦାଖଲ କରିଛନ୍ତି। ମୁଁ ତାଙ୍କ ଇସ୍ତଫା ଗ୍ରହଣ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛି।

Show More

Related Articles

Back to top button