Breaking PLUSଦେଶମୁଖ୍ୟ ଖବର
ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଅଭିନେତା ସୈଫ ଅଲି ଖାନଙ୍କ ଆକ୍ରମଣକାରୀ ଜଣେ ବାଂଲାଦେଶୀ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି ପୁଲିସ। ଅଭିଯୁକ୍ତର ପ୍ରକୃତ ନାମ ମହମ୍ମଦ ସରିଫୁଲ ସଜ୍ଜାଦ। ସେ ୫ରୁ ୬ ମାସ ହେବ ମୁମ୍ବଇରେ ବିଜୟ ଦାସ ନାମରେ ରହୁଥିଲା ବୋଲି ମୁମ୍ବଇ ଜୋନ-୯ ଡିସିପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯାଞ୍ଚ ବେଳେ ତା’ ନିକଟରେ କୌଣସି ବୈଧ ଭାରତୀୟ କାଗଜପତ୍ର ନ ଥିବା ପୁଲିସ କହିଛି। ଚୋରି କରିବାକୁ ହିଁ ସେ ସୈଫଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।