ବନ୍ୟା ପରେ ପାକିସ୍ତାନରେ ମ୍ୟାଲେରିଆ ଆତଙ୍କ । ଏହାକୁ ପ୍ରତିହିତ କରିବା ପାଇଁ ଭାରତଠା ପାଖରୁ ୬୦ ଲକ୍ଷରୁ ଅଧିକ ମଶାରି କିଣିବାକୁ ନିଷ୍ପତ୍ତି ନେଇଛି ପାକିସ୍ଥାନ । ମଙ୍ଗଳବାର ଏ ବାବଦ ଏକ ପ୍ରସ୍ତାବକୁ ପାକ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଛି । ତେବେ ଏହି ମଶାରି କିଣିବା ପାଇଁ ପାକିସ୍ତାନ କୌଣସି ଅର୍ଥ ଖର୍ଚ୍ଚ କରିବ ନାହିଁ ।
ଅନ୍ତର୍ଜାତୀୟ ପାଣ୍ଠିରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ଥ ଯୋଗାଡ଼ କରି ଏହି ମଶାରି କିଣି ପାକିସ୍ତାନକୁ ଦେବ । ଯଥାଶୀଘ୍ର ଭାରତଠାରୁ ମଶାରି କିଣିବା ପାଇଁ ଯୋଜନା କରାଯାଉଥିବା ଡବ୍ଲ୍ୟୁଏଚ୍ଓ ଅଧିକାରୀମାନେ କହିଛନ୍ତି । ସେମାନଙ୍କ ମୁତବକ ୱାଘା ସୀମା ଦେଇ ଆସନ୍ତା ମାସରେ ଭାରତରୁ ମଶାରି ଅଣାଯିବ ।