Breaking PLUSଓଡ଼ିଶାମୁଖ୍ୟ ଖବର
ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି, ଘର, ଗାଡ଼ି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଲେ

ମାଲକାନଗିରି: ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି । ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ।ଏମ୍ଭି-୨୬ ଗାଁରେ ଘର, ଗାଡ଼ି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଲେ । ପୋଲିସ ଉପସ୍ଥିତ ସତ୍ତ୍ବେ ପୁରୁଷ, ମହିଳା ଏକାଠି ହୋଇ ଭଙ୍ଗାରୁଜା କଲେ । କାଲି ପୋଡ଼ାଜଳା ପରେ ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ଗୋଷ୍ଠୀ ଏକତ୍ରିତ । ରାଖେଲଗୁଡ଼ାରେ ପାରମ୍ପାରିକ ଅସ୍ତଶସ୍ତ୍ର ଧରି ଏକାଠି ହେଲେ ଗୋଟିଏ ଗୋଷ୍ଠୀ । ମାଲକାନଗିରି ସହରରେ ଅନ୍ୟ ଏକ ଗୋଷ୍ଠୀର ବହୁ ସଂଖ୍ୟାରେ ମେଳି ।



