Breaking PLUSଓଡ଼ିଶାମୁଖ୍ୟ ଖବର

ମାଲକାନଗିରି ଜଳମଗ୍ନ, ପାଙ୍ଗମ ନଦୀ ପୋଲ ଉପରେ ଚାଲିଲା ପାଣି

ମାଲକାନଗିରି- ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ସହର ଜଳମଗ୍ନ ହୋଇଛି। ରବିବାର କାଲିସନ୍ଧ୍ୟାରେ ବର୍ଷା ଯୋଗୁଁଁ ରାସ୍ତାରେ ପ୍ରବଳ ବେଗରେ ପାଣିର ସୁଅ ଚାଲୁଥିବା ବେଳେ ପାଙ୍ଗମ ନଦୀ ପୋଲ ଉପରେ ୨ଫୁଟରୁ ଊର୍ଦ୍ଧ୍ବ ପାଣି ପ୍ରବାହିତ ହୋଇ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦ ରହିଛି। ଆଜି ସକାଳୁ ଜିଲ୍ଲାରେ ପ୍ରବଳ ବେଗରେ ବର୍ଷା ଲାଗିରହିଛି। ସହରର ଥାନା ଛକ, ହୋଟେଲ କୁଇନାଇ ଛକ, ବାଲିସାଗର ସାହି, ବସ ଷ୍ଟାଣ୍ଡ ବିଭିନ୍ନ ସ୍ଥାନରେ ପାଣିର ସୁଅ ଚାଲିଥିବାରୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନ ବାହନ ଚଳାଚଳ ସହିତ ଯାତାୟତ ବନ୍ଦ ହୋଇଯାଇଛି। ଏହି ବର୍ଷା ଦ୍ୱାରା ପୁଣି ଥରେ ସାବେରୀ, ସିଲେରୁ, ତମସା, ପୋଟେରୁ, ପାଙ୍ଗମ ନଦୀ ଫୁଲି ପୋଲ ଉପରେ ପାଣି ପ୍ରଭାହିତ ହେଉଛି।

 

Show More

Related Articles

Back to top button