Breaking PLUSଓଡ଼ିଶାମୁଖ୍ୟ ଖବର
ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି- ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଦୁଇଟି ଗାଁ ମଧ୍ୟରେ ହିଂସାତ୍ମକ ସଂଘର୍ଷ ସୃଷ୍ଟି ହୋଇଥିଲା। ଜିଲାରେ ଉତ୍ତେଜନା ସ୍ଥିତି ଲାଗିରହିଥିବାରୁ ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବ କୁ ଜିଲା ପ୍ରଶାସନ ତରଫରୁ ସ୍ଥଗିତ ରଖାଯାଇଛି।
ଜିଲାରେ ଗୁରୁବାର ରାତି ୧୨ ଟା ଠାରୁ ଶୁକ୍ରବାର ରାତି ୧୨ ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ଏମଭି-୨୬ ଗାଁରେ ଜିଲାପାଳ ସୋମେଶ ଉପାଧ୍ୟାୟ, ଆର୍ ଡିସି ସମେତ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।


