ଗଙ୍ଗାସାଗର ମେଳା ପାଇଁ ମିଳୁନି କେନ୍ଦ୍ରର ସହଯୋଗ- ମମତା
କୋଲକାତା- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କେନ୍ଦ୍ରକୁ ନିଶାନା ସାଧି କହିଛନ୍ତି ଯେ, ଗଙ୍ଗାସାଗର ମେଳା ପାଇଁ କେନ୍ଦ୍ର ସରକାର କୌଣସି ପ୍ରକାର ସହଯୋଗ କରୁନାହାନ୍ତି । ଗଙ୍ଗାସାଗର ମେଳାର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଙ୍ଗାସାଗର ମେଳା ଦୁନିଆର ସବୁଠୁ ବଡ ଧାର୍ମିକ ଉତ୍ସବ ମଧ୍ୟରୁ ଗୋଟିଏ କିନ୍ତୁ କେନ୍ଦ୍ର ଏହାକୁ ଉଚିତ ମାନ୍ୟତା ପ୍ରଦାନ କରୁନାହିଁ ।
ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ସାଗର ଦୀପରେ ସାଗର ମେଳା ଉଦଘାଟନରେ ଔପଚାରିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, କେନ୍ଦ୍ରରୁ କୌଣସି ସହାୟତା ନମିଳିବା ସତ୍ତ୍ବେ ତାଙ୍କ ସରକାର ବାର୍ଷିକ ଆୟୋଜନ ପାଇଁ କାମ କରୁଛି ।
ସେ କହିଛନ୍ତି ଯେ, କୁମ୍ଭ ମେଳା ଏକ ବଡ ମେଳା ଅଟେ ଏବଂ ଏହି ମେଳା ପାଇଁ କେନ୍ଦ୍ର ସମ୍ପୂର୍ଣ୍ଣ ସହଯୋଗ କରିଥାଏ । ଆମକୁ ଏହାକୁ ବି ମନେ ରଖିବାକୁ ପଡିବ କୁମ୍ଭ ମେଳା ସ୍ଥଳ ସଡକ ପଥ ସହିତ ଜଡିତ । ଗଙ୍ଗାସାଗର ମେଳା ଏକ ଦ୍ୱୀପରେ ଆୟୋଜିତ ହୋଇଥାଏ ଏବଂ ଏଭଳି ଭାବେ ଏହା ଦୁନିଆର ସବୁଠୁ ବଡ ମେଳା ଅଟେ । କିନ୍ତୁ କେନ୍ଦ୍ର ଏହାକୁ ଉଚିତ ମାନ୍ୟତା ପ୍ରଦାନ କରୁନାହିଁ ।
ମମତା କହିଛନ୍ତି ଯେ, ଏହି ଦ୍ୱୀପକୁ ମୁଖ୍ୟ ଭୂମି ସହିତ ଯୋଡିବା ପାଇଁ ତାଙ୍କ ସରକାର ଏକ ପୋଲ ନିର୍ମାଣ କରୁଛି । ଏଥିରେ ମଧ୍ୟ କେନ୍ଦ୍ରର କୌଣସି ସହାୟତା ମିଳୁନାହିଁ ।