Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି
ମମତାଙ୍କ ମହାକାଶ ଜ୍ଞାନକୁ ନେଇ ଚର୍ଚ୍ଚା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମହାକାଶ ଜ୍ଞାନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି) ର ଛାତ୍ର ସଂଗଠନ ତୃଣମୂଳ ଛାତ୍ର ପରିଷଦ (ଟିଏମସିପି) ର ପ୍ରତିଷ୍ଠା ଦିବସ ଅବସରରେ ମମତା ବାନାର୍ଜୀ ଏକ ରାଲିରେ ସମ୍ବୋଧିତ କରିଥିଲେ।
ଏହି ସମୟରେ ସେ କହିଥିଲେ, ‘ଯେତେବେଳେ ଇନ୍ଦିରା ଗାନ୍ଧୀ ଚନ୍ଦ୍ରରେ ପହଞ୍ଚିଲେ ସେତେବେଳେ ସେ ରାକେଶ (ଶର୍ମା)ଙ୍କୁ ପଚାରିଥିଲେ ଯେ ଭାରତ ସେଠାରୁ କିପରି ଦେଖାଯାଉଛି। ସେ ଉତ୍ତର ଦେଲେ ‘ସାରେ ଜାହାଁ ସେ ଆଛା’ । ତେବେ ଏହା ପ୍ରଥମ ଥର ନୁହେଁ । ଗତ ସପ୍ତାହରେ, ଭାରତୀୟ ମହାକାଶ ଗବେଷଣା ସଂଗଠନକୁ ଚନ୍ଦ୍ରାୟନ -୩ ମିଶନର ସଫଳତା ପାଇଁ ଅଭିନନ୍ଦନ ଜଣାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଇନ୍ଦିରା ଗାନ୍ଧୀ ‘ରାକେଶ ରୋଶନ’ କୁ ପଚାରିଥିଲେ ଯେ ଚନ୍ଦ୍ରରୁ ପୃଥିବୀ କିଭଳି ଦେଖାଯାଉଛି?