Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ମମତାଙ୍କ ବଡ ଘୋଷଣା : ପଶ୍ଚିମବଙ୍ଗରେ ୭ନୂତନ ଜିଲ୍ଲା ଗଠନ ହେବ

ପଶ୍ଚିମବଙ୍ଗରେ ଗଠନ ହେବ ୭ନୂତନ ଜିଲ୍ଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏହି ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଜିଲ୍ଲା ସଂଖ୍ୟା ୩୦ରେ ପହଞ୍ଚିବ। ଏଥିସହ ବୁଧବାର ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ମମତା ବାନାର୍ଜୀ ସୂଚନା ଦେଇଛନ୍ତି। କୁହାଯାଉଛି, ୪ରୁ ୫ ଜଣ ନୂଆ ମନ୍ତ୍ରୀ କ୍ୟାବିନେଟରେ ସାମିଲ ହୋଇପାରନ୍ତି। ମମତା ବାନାର୍ଜୀ ଘୋଷଣା କରି କହିଛନ୍ତି, ପୂର୍ବରୁ ପଶ୍ଚିମବଙ୍ଗରେ ୨୩ଟି ଜିଲ୍ଲା ଥିଲା ଏବେ ଏହାକୁ ବଢାଇ ୩୦ କରାଯିବ । ୭ଟି ନୂଆ ଜିଲ୍ଲାରେ ସୁନ୍ଦରବନ, ଇଚ୍ଛେମତୀ, ରାଣାଘଟ, ବିଷ୍ଣୁପୁର, ଜଙ୍ଗୀପୁର, ବେହରାମପୁର ଏବଂ ବଶୀରହାଟ ସାମିଲ ଅଛନ୍ତି । ଏହାଛଡା ମୁଖ୍ୟମନ୍ତ୍ରୀ କ୍ୟାବିନେଟର ଅଦଳବଦଳ ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, କିଛି ସୂଚନାରେ ଦାବି କରାଯାଇଛି ଯେ ଆମେ ପୂରା କ୍ୟାବିନେଟ ଭାଙ୍ଗିବାକୁ ଯାଉଛୁ, ଏହା ସମ୍ପୂର୍ଣ୍ଣ ଭୁଲ । ଅଦଳବଦଳ ହେବ କିନ୍ତୁ କିଛି ମନ୍ତ୍ରଣାଳୟରେ । ଆମେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କୁ ହରାଇଛୁ । ପାର୍ଥ ଜେଲରେ ଅଛନ୍ତି ଏଥିପାଇଁ ତାଙ୍କ ସବୁ କାମ କରିବାର ଅଛି । ମୁଁ ଏକାକୀ ସମ୍ଭାଳିବା ସମ୍ଭବ ନୁହେଁ । ଏଥିପାଇଁ ବୁଧବାର କ୍ୟାବିନେଟରେ ଅଦଳବଦଳ କରାଯିବ । ପଞ୍ଜାୟତିରାଜ, ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ, ଖାଉଟି ବ୍ୟାପାର ଓ ସ୍ୱୟଂସହାୟକ ଗୋଷ୍ଠୀ ବିଭାଗ ଏବେ ମମତାଙ୍କ ଅଧୀନରେ ରହିଛି। ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀ ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ତାଙ୍କ ଅଧୀନରେ ଥିବା ଶିଳ୍ପ, ସଂସଦୀୟ ବ୍ୟାପାର ଆଦି ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଆସିଛି। ଫଳରେ କ୍ୟାବିନେଟ ସମ୍ପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି।

Show More

Related Articles

Back to top button