୪ ରାଜ୍ୟରେ ବିଜେପିର ବିଜୟକୁ ନେଇ ମମତାଙ୍କ ମତ
ବିଜେପିକୁ ତାତ୍ସଲ୍ୟ କରି ମମତା କହିଛନ୍ତି ଯେ, 'ଏ ପର୍ଯ୍ୟନ୍ତ ଖେଳ ସରିନି'।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ୪ ରାଜ୍ୟରେ ବିଜେପିର ବିଜୟକୁ ନେଇ ତାତ୍ସଲ୍ୟ କରିଛନ୍ତି। ମମତା କହିଛନ୍ତି ଯେ, ବିଜେପି ଚାରି ରାଜ୍ୟରେ ଜିତିଥିଲେ ମଧ୍ୟ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ତାଙ୍କ ପକ୍ଷେ କଷ୍ଠସାଧ୍ୟ ହୋଇପଡ଼ିବ। ବିଜେପିକୁ ତାତ୍ସଲ୍ୟ କରି ମମତା କହିଛନ୍ତି ଯେ, ‘ଏ ପର୍ଯ୍ୟନ୍ତ ଖେଳ ସରିନି’। ସାରା ଭାରତରେ ଥିବା ସମୁଦାୟ ବିଧାୟକଙ୍କ ଭିତରୁ ଅଧା ବି ବିଧାୟକ ବିଜେପିର ସପକ୍ଷରେ ନୁହଁନ୍ତି ବୋଲି କହିଛନ୍ତି ମମତା। କେବଳ ଏତିକି ନୁହେଁ ଏହା ସହିତ ସେ କହିଛନ୍ତି ଯେ, ପୂର୍ବ ନିର୍ବାଚନ ଅପେକ୍ଷା ସମାଜବାଦୀ ପାର୍ଟି ଭଳି ରାଜନୈତିକ ଦଳ ଏଥର ସଂଖ୍ୟାଗରିଷ୍ଠତା ହାସଲ କରିଛି। ରାଷ୍ଟ୍ରପତି ନିର୍ବାଚନ ପରୋକ୍ଷରେ ନିର୍ବାଚନ ପ୍ରତିନିଧି ମଣ୍ଡଳୀଙ୍କ ଜରିଆରେ ହୋଇଥାଏ, ଯେଉଁଥିରେ ସଂସଦର ନିର୍ବାଚିତ ସଦସ୍ୟ ଏବଂ ରାଜ୍ୟ ଓ ୟୁପି ବିଧାନସଭାର ସଦସ୍ୟ ରହିବେ। ୨୦୨୪ ନିର୍ବାଚନରେ ବିଜେପି ସହିତ ମୁକାବିଲା କରିବା ପାଇଁ ବିପକ୍ଷ ପାର୍ଟିକୁ ନେଇ ଏକଜୁଟ କରିବାକୁ ପୟାସ କରୁଛନ୍ତି ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।