
କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ରାଜ୍ୟର ଅନ୍ତରୀଣ ବିଷୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସ୍ୱାଧୀନ ଭାବେ ପରିଚାଳନ ହେବାକୁ ଆହ୍ୱାନ ଦେଇଛନ୍ତି। ମମତା କହିଛନ୍ତି ” କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ରାଜ୍ୟର ଅନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ବିଜେପି ସରକାର ଦେଶର ସଂଘୀୟ ବ୍ୟବସ୍ଥା ଉପରେ ବୁଲ୍ଡୋଜର ଚଢ଼ାଉଛନ୍ତି।
କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସ୍ୱାଧୀନତା ଦେବା ଉଚିତ୍। ଗେରୁଆ ଦଳର ଶାସନ ଆଡଲଫ ହିଟଲ, ଜୋସେଫ ଷ୍ଟାଲିନ ଓ ବେନିଟ ମୁସୋଲିନ ଠାରୁ ବି ଆହୁରି ଖରାପ।” ନିକଟରେ ତେଲ ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ମମତା ସରକାର। ଶନିବାର କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦନ ଶୁଳ୍କ କାଟ କରିଥିଲେ। ତେବେ ଏହା କେନ୍ଦ୍ର ସରକାର ନିର୍ବାଚନ ଏଜେଣ୍ଡା ଥିଲା ବୋଲି ମମତା କହିଥିଲେ।