Breaking PLUSଓଡ଼ିଶାମୁଖ୍ୟ ଖବର

ମଦ ପାଇଁ ଟଙ୍କା ନଦେବାରୁ ବାପାକୁ ଛୁରି ଭୁସି ହତ୍ୟାକଲା ନୃଶଂସ ପୁଅ

ମଦ ପାଇଁ ରକ୍ତ ସମ୍ପର୍କକୁ ଭୁଲି ଗଲା ପୁଅ । ମଦ ପିଇବା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ଛୁରୂ ଭୁସି ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ । ମୃତକ ହେଉଛନ୍ତି କରୁଣାକର ସାହୁ । ଘଟଣା ଘଟାଇ ହତଠାକାରୀ ପୁଅ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ରବିବାର ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ପାଇଁ ଟଙ୍କା ମଗିଥିଲା । ହେଲେ କରୁଣାକର ଟଙ୍କା ଦେବାକୁ ମନା କରିଥିଲେ । ଏଥିରେ ରାଗି ଯାଇ ସାନପୁଅ ତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ।

ସେପଟେ ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ କରୁଣାକରଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ବର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙକ୍‌ୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Show More

Related Articles

Back to top button