ଓଡ଼ିଶାସ୍ୱତନ୍ତ୍ର

ରାଜ୍ୟରେ ଆସନ୍ତା ୧୦ରେ ପାଳିତ ହେବ ମାଣ୍ଡିଆ ଦିବସ

ରାଜ୍ୟରେ ଆସନ୍ତା ୧୦ରେ ପାଳିତ ହେବ ମାଣ୍ଡିଆ ଦିବସ । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଘରେ ମିଲେଟ ଫୁଡ୍ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମାଣ୍ଚିଆ ଦିବସ ଅବସରରେ ରେସ୍ତୋରାରେ ପରସାଯିବ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ।ଏହାଦ୍ବାରା ମାଣ୍ଡିଆ ଲୋକଙ୍କ ପାଖରେ ଅଧିକ ଆଦୃତ ହୋଇପାରିବ ।

୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ୟକାରୀ ହୋଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି ।

Show More

Related Articles

Back to top button