Breaking PLUSଦେଶମୁଖ୍ୟ ଖବର

ମଣିପୁରରେ ପୁଣି ଲଜ୍ଜା, ମହିଳାଙ୍କୁ ଗଣଦୁଷ୍କର୍ମ

ଜୀବନ ବଞ୍ଚାଇବାକୁ ଦୌଡୁଥିବା ବେଳେ ରାସ୍ତାରୁ ଉଠାଇନେଲେ

ମଣିପୁରର ହିଂସା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଜଳୁଛି ପୂରା ରାଜ୍ୟ । ବିଭିନ୍ନ ସ୍ଥାନରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଉଛି । ମେ 4 ତାରିଖରେ 2ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ପୁଣି ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କୁ ବର୍ବର ଭାବେ ଗଣଦୁଷ୍କର୍ମ କରାଯାଇଛି । ଯୌନ ନିର୍ଯାତନାର ଶିକାର ହୋଇ ମହିଳା ଜଣକ ରିଲିଫ୍ ଶିବିରରେ ରହୁଥିବା ବେଳେ ଏବ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ଚୁରାଚାନ୍ଦପୁରର ଜଣେ 37 ବର୍ଷୀୟା ମହିଳାଙ୍କ ଘରେ କୁକି ଉଗ୍ରପନ୍ଥୀମାନେ ନିଆଁ ଲଗାଇ ଦେଇଥିଲେ । ଏହାପରେ ମହିଳା ଜଣକ ଜୀବନ ବିକଳରେ ଦୁଇ ପିଲାଙ୍କୁ ନେଇ ଦୌଡୁଥିବା ବେଳେ କିଛି ଲୋକ ତାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ତେବେ ସେ ନିନ୍ଦାକୁ ଡରି ଏ ସମ୍ପର୍କରେ କାହାକୁ କିଛି କହୁନଥିଲେ । କିନ୍ତୁ ଏବେ ମହିଳାମାନେ ମୁହଁ ଖୋଲିବା ପରେ ସେ ସାହସ ଜୁଟାଇ ଅଭିଯୋଗ କରିଛନ୍ତି ।

ଉଗ୍ରପନ୍ଥୀମାନେ ତାଙ୍କ ଘରେ ନିଆଁ ଲଗାଇ ଦେବା ପରେ ସେ ନିଜ ନଣନ୍ଦ ଓ ଦୁଇଜଣ ଛୁଆଙ୍କୁ ଧରି ଘର ଛାଡି ପଳାଇଥିଲେ । ତେବେ ରାସ୍ତାରେ ଦୌଡିବା ବେଳେ 5-6ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେି ଗଣଦୁଷ୍କର୍ମ କରିଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ଇମ୍ଫାଲର ଜେଏନଆଇଏମଏସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ଏହାପରଠାରୁ ସେ ରିଲିଫ୍ ଶିବିରରେ ରହୁଛନ୍ତି ।

Show More

Related Articles

Back to top button