Breaking PLUSଦେଶମୁଖ୍ୟ ଖବରରାଜନୀତି

ଅବକାରୀ ଘୋଟାଲା: କୋର୍ଟରେ ହାଜର ହେଲେ ମନୀଷ ସିସୋଦିଆ

ଡିସେମ୍ବର 11ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ, 21 ନଭେମ୍ବର – ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଅଭିଯୁକ୍ତ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 11ରେ ହେବ ।
ଶୁଣାଣି ସମୟରେ ଆଜି କୋର୍ଟ ସିସୋଦିଆଙ୍କ ଓକିଲଙ୍କ କହିଥିଲେ ଯେ, ଆପଣ ମାମଲାର ଟ୍ରାଏଲରେ ବିଳମ୍ବ କରିବାକୁ ଚାହୁଁଛନ୍ତି । ନଭେମ୍ବର 10ରେ କୋର୍ଟ ସିସୋଦିଆଙ୍କୁ ତାଙ୍କର ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ପ୍ରଦାନ କରିଥିଲେ । ଅକ୍ଟୋବର 30ରେ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ସୁପ୍ରିମେକାର୍ଟ ।

Show More

Related Articles

Back to top button