Breaking PLUSଓଡ଼ିଶାମୁଖ୍ୟ ଖବର
ଲୋକେ ପରିବର୍ତ୍ତନ ଚାହୁଁଥିଲେ- ମନମୋହନ

ନୂଆପଡା- ନୂଆପଡା ଉପନିର୍ବାଚଳ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ। ସେ କହିଛନ୍ତି ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି। ନୂଆପଡା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ। ଶିଳ୍ପ, କାରଖାନା ନାହିଁ , ଜଳସେଚନର ବ୍ୟବସ୍ଥା ହୋଇନି। ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି। କଂଗ୍ରେସର ଆରୋପ ନେଇ ପ୍ରତିକ୍ରିୟା ରଖିଛନ୍ତି। ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ। ବିରୋଧୀ ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ।



