Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ଓଡ଼ିଶା ଫେରିଲେ ମନମୋହନ ସାମଲ

ଭୁବନେଶ୍ୱର, ୦୭ ଏପ୍ରିଲ- ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇ ପାରମ୍ପରିକ ଢୋଲ, ବାଜା ବଜାଇ ଅପେକ୍ଷା କରିଛନ୍ତି ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିଛନ୍ତି |
ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସାଂସଦ ତଥା ରାଜ୍ୟ ସଭାପତି ମନମୋହନ ସାମଲ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁ ଦାୟିତ୍ବ ଦିଆଯାଇଛି ନିଷ୍ଠାର ସହ କାମ କରିବି । ଓଡିଶାକୁ ସମୃଦ୍ଧ ଓ ଯଶସ୍ବୀ କରିବାକୁ କାର୍ଯ୍ୟ କରିବି ବୋଲି ମନମୋହନ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ, ୨୦୦୦ ମସିହାରେ ବି ସଭାପତି- ସାଂସଦ ଥିଲି । ସେତେବେଳେ ମିଳିତ ସରକାର ଥିଲା ଏବେ ଏକାକୀ ସରକାର ରହିଛି । ଆମ କାର୍ଯ୍ୟକର୍ତ୍ତା କଠିନ ପରିଶ୍ରମ କରୁଛନ୍ତି ।



