ନବୀନଙ୍କ ଜିଲ୍ଲା ଗସ୍ତ ନିଷ୍ପତ୍ତିକୁ ପରୋକ୍ଷ ନିଶାନା କଲେ ମନମୋହନ ସାମଲ

ଭୁବନେଶ୍ୱର, 7 ଏପ୍ରିଲ- ନବୀନଙ୍କ ଜିଲ୍ଲା ଗସ୍ତ ନିଷ୍ପତ୍ତିକୁ ପରୋକ୍ଷ ନିଶାନା କରିଛନ୍ତି ସାଂସଦ ମନମୋହନ ସାମଲ । ଆଜି ଓଡ଼ିଶା ଫେରିବା ପରେ ସେ କହିଛନ୍ତି ଯେ, ନବୀନ ବାବୁ ୨୪ ବର୍ଷ ଶାସନ କରିଛନ୍ତି, ସାରା ରାଜ୍ୟ ବୁଲି ପାରି ନାହାନ୍ତି । ବିରୋଧୀଦଳ ନେତା ଭାବେ ଏବେ ରାଜ୍ୟ ବୁଲିଲେ କିଛି ଜ୍ଞାନ ଆହରଣ କରିବେ ।୨୪ ବର୍ଷର ତାଙ୍କ ଶାସନରେ ରାଜ୍ୟବାସୀ କିପରି ଅଛନ୍ତି ଜାଣି ପାରିବେ ।
ସେ କହିଛନ୍ତି ଯେ, ବିରୋଧୀଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ । ଆଉ କିଛି ନେତା ବିଜେପିକୁ ଆସିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଆମ ଦ୍ବାର ଉନ୍ମୁକ୍ତ ଅଛି, ଯେଉଁମାନଙ୍କୁ ଉଚିତ ଭାବିବୁ ସେମାନଙ୍କୁ ନେବୁ ।
ଏଠାରେ ସୂଚନାଯୋଗ୍ୟ, ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନେଇ ଦଳ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥର ମଇଦାନକୁ ନବୀନ ପଟ୍ଟନାୟକ ଓହ୍ଲାଉଥିବା ଖବର ମିଳିଛି । ଏହି କ୍ରମରେ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରିବେ । ଅକ୍ଟୋବର, ନଭେମ୍ବରରୁ ନବୀନ ପଟ୍ଟନାୟକ ଜିଲ୍ଲାରୁ ଜିଲ୍ଲା ବୁଲି ପୁଣି ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ ଚେଷ୍ଟା କରିବେ ।



