Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରମିଳା ମଲ୍ଲିକଙ୍କ ବାସଭବନରେ ଯାଜପୁର ନେତାଙ୍କ ମେଳି

ଭୁବନେଶ୍ୱର, ୦୭ ଏପ୍ରିଲ – ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳି ।  ଭଦ୍ରକର ମଞ୍ଜୁଲତା ମଣ୍ଡଳ ଓ  ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳରୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବଡ଼ ବୈଠକ ବସିଛି । ଯାହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ପ୍ରଣବ ପ୍ରକାଶ ଦାସ, ଶର୍ମିଷ୍ଠା ସେଠୀ, ବରି ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ ହୋଇଥିଲେ।

ଏଠାରେ ସୂଚନାଯୋଗ୍ୟ, ଗତକାଲି ବିଜେଡିରୁ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ କରାଯାଇଥିଲା।

Show More

Related Articles

Back to top button