Breaking PLUSଦେଶମୁଖ୍ୟ ଖବର

୭ ବର୍ଷରେ ଗାନ୍ଧୀନଗରରେ ୨୫ ହଜାର କୋଟିର ବିକାଶମୂଳକ ପ୍ରକଳ୍ପ: ଅମିତ ଶାହ

ଅହମ୍ମଦାବାଦ: ଗତ ୭ ବର୍ଷ ମଧ୍ୟରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ୨୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଶେଷ ହୋଇଛି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଗାମୀ ଦିନରେ ଗାନ୍ଧୀନଗରକୁ ସବୁଜ ଓ ବିକଶିତ ଲୋକସଭା କ୍ଷେତ୍ରରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସୋମବାର ଅହମ୍ମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହ ପ୍ରାୟ ୧,୪୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏଥିରେ ୧,୦୨୪ କୋଟି ଟଙ୍କାର ୩୦ଟି ପ୍ରକଳ୍ପ ସହ ୪୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇସ୍କନ-ସାନନ୍ଦ ଏଲିଭେଟେଡ୍‌ କରିଡର ସାମିଲ ରହିଛି।

ଚାରି କିଲୋମିଟର ଦୀର୍ଘ ଏହି କରିଡର ଇସ୍କନ ଜଙ୍କସନ୍‌କୁ ସରଖେଜ-ଗାନ୍ଧୀନଗର ରାଜପଥର ସାନନ୍ଦ ଫ୍ଲାଏଓଭର ସହ ଯୋଡ଼ିଛି। ଆଗାମୀ ୩ ବର୍ଷ ମଧ୍ୟରେ ସରଖେଜରୁ ଗାନ୍ଧୀନଗର ପର୍ଯ୍ୟନ୍ତ ଯାତ୍ରା ସମୟରେ ଗୋଟିଏ ବି ଟ୍ରାଫିକ୍‌ ସିଗନାଲ୍‌ରେ ଅଟକିବାକୁ ପଡ଼ିବ ନାହିଁ ବୋଲି ଶାହ ଆଶା ପ୍ରକାଶ କରିଛନ୍ତି।

ସେହିପରି ରାମାପୀର ନୋ ଟେକ୍ରୋ ଅଞ୍ଚଳରେ ୧,୧୦୦ରୁ ଅଧିକ ଘର ଉଦ୍‌ଘାଟନ କରାଯାଇଛି। ଏହାଦ୍ୱାରା ବସ୍ତିବାସିନ୍ଦାଙ୍କୁ ଉନ୍ନତ ଆବାସ ଓ ମୌଳିକ ସୁବିଧା ମିଳିବ। ଏହାସହ ଜସପୁର ଜଳ ବିଶୋଧନ ପ୍ଲାଣ୍ଟ, ଡ୍ରେନେଜ୍‌, ସ୍ୱେରେଜ୍‌ ଓ ବର୍ଷାଜଳ ପରିଚାଳନା ପ୍ରକଳ୍ପ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏହି ବିକାଶମୂଳକ ପଦକ୍ଷେପରେ ୩୦ ମେଗାୱାଟ୍‌ ସୌରଶକ୍ତି ପ୍ରକଳ୍ପ, ସ୍ମାର୍ଟ ସ୍କୁଲ୍‌ ଓ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ସାମିଲ ରହିଛି। ସହରର ଜନସଂଖ୍ୟା ବୃଦ୍ଧି ଓ ସମ୍ପ୍ରସାରଣ ସହ ତାଳ ଦେଇ ଭିତ୍ତିଭୂମିର ବିକାଶ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ଶାହ କହିଛନ୍ତି।

Show More

Related Articles

Back to top button