Breaking PLUSଓଡ଼ିଶାମୁଖ୍ୟ ଖବର

ଆଉ ଦିନେ ବଢ଼ିଲା ‘ମୃତ୍ତିକା-୨୦୨୬’ ଅବଧି

ଭୁବନେଶ୍ୱର: ଜନସାଧାରଣଙ୍କ ଚାହିଦା ଓ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୬’ର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ନଭେମ୍ବର ୬ ତାରିଖରେ ଶେଷ ହେବାକୁ ଥିବା ଏହି ପ୍ରଦର୍ଶନୀ ଏବେ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବ।

ଅକ୍ଟୋବର ୩୧ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏହି ମେଳା ଆରମ୍ଭ ହୋଇଥିଲା। ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାକୁ ଉଦ୍‌ଘାଟନ କରିଥିଲେ।

ବିଭାଗୀୟ ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ଏହି ପ୍ରଦର୍ଶନୀରେ ପ୍ରାୟ ୩ କୋଟି ଟଙ୍କାର ବ୍ୟବସାୟ ହୋଇଛି। କୁମ୍ଭକାର ଓ ଟେରାକୋଟା ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ହସ୍ତନିର୍ମିତ ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି।

ପ୍ରଦର୍ଶନୀର ଅବଧି ବୃଦ୍ଧି ହେବା ଫଳରେ ଗ୍ରାହକମାନେ ଆହୁରି ଗୋଟିଏ ଦିନ ଏହି ସାମଗ୍ରୀ କିଣିବାର ସୁଯୋଗ ପାଇବେ। ଏଥିସହ ରାଜ୍ୟର କୁମ୍ଭକାର ଓ ମାଟିଶିଳ୍ପୀଙ୍କ କଳାକୃତିକୁ ପ୍ରୋତ୍ସାହିତ କରିବାର ଅବସର ମିଳିବ।

Show More

Related Articles

Back to top button