Breaking PLUSଓଡ଼ିଶାମୁଖ୍ୟ ଖବର

ପୁଲିସ କ୍ୟାମ୍ପ ଉପରେ ମାଓ ଆକ୍ରମଣ, 3 ଯବାନ ଗୁରୁତର

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଜଂଗଲରେ ବୁଲୁଛନ୍ତି। ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ପୁଲିସ ଉପରେ ଆକ୍ରମଣ କରି ନିଜର ପାରିବା ପଣିଆ ଜାହିର କରୁଛନ୍ତି। ଆଜି ସକାଳ ୮ଟେ ବେଳେ ବିଜାପୁର ଜିଲ୍ଲାର ପେମେଡ ଥାନା ଅନ୍ତର୍ଗତ ଜିଡପାଲୀ ଠାରେ ରହିଥିବା ପୁଲିସ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସକାଳୁ ଯବାନ ନିଜର ନିତ୍ୟକର୍ମ ସାରି ସଜବାଜ ହେଉଥିବା ବେଳେ ହଠାତ ଗୁଳି ବର୍ଷଣ ଶୁଣିବା ପରେ ଯବାନ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଦୁଇ ପଟରୁ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି।

Show More

Related Articles

Back to top button