Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ମହିଳାଙ୍କ ମୃତ ଦେହ ଏକ କୂଅରୁ ମିଳିଲା

ରାଜସ୍ଥାନ : ଜଣେ ୩୫ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଡାଉସା ଜିଲ୍ଲାର ଏକ ଗାଁରେ ଦୁଇ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିବା ନେଇ ପୋଲିସ କହିଛି ।ସୋମବାର ଦିନ ଜୟପୁର ଜିଲ୍ଲାର ବାସି ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ କୂଅରୁ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବା କୁହାଯାଇଛି। ଡାଉସା ପୋଲିସ୍ ଅଧୀକ୍ଷକ ରାଜକୁମାର ଗୁପ୍ତାଙ୍କ କହିବା ଅନୁସାରେ ସେ ଡାଉସାସ୍ଥିତ ତାଙ୍କ ଗାଁର ବସ୍ ଷ୍ଟାଣ୍ଡରେ ପହଞ୍ଚି ତାଙ୍କ ପିତାମାତାଙ୍କ ଘରକୁ ଯାଉଥିଲେ, ବାଟରେ ଯିବା ସମୟରେ ସେ ଲିଫ୍ଟ ମାଗିଥିଲେ, ଅଭିଯୁକ୍ତମାନେ ତାଙ୍କୁ ଗାଡିରେ ଲିଫ୍ଟ ଦେଇଥିଲେ। ସେ କହିଛନ୍ତି ଯେ ତାଙ୍କୁ ଗାଁକୁ ନେବା ପରିବର୍ତ୍ତେ ସେମାନେ ତାଙ୍କୁ ଏକ ଜଙ୍ଗଲ ଅଞ୍ଚଳକୁ ନେଇ ବଳାତ୍କାର କରିଥିଲେ। ଏହି ଗ୍ୟାଙ୍ଗ ବଳାତ୍କାର ପରେ ସେମାନେ ମହିଳାଙ୍କୁ ହତ୍ୟା କରି ମୃତଦେହକୁ କୂଅରେ ଫିଙ୍ଗି ଦେଇଥିଲେ ବୋଲି ଅଧିକାରୀ କହିଛନ୍ତି। ଏହି ସମୟରେ ମହିଳା ଜଣକ ଘରେ ପହଞ୍ଚି ନଥିବା ବେଳେ ତାଙ୍କ ପିତାମାତା ରବିବାର ସନ୍ଧ୍ୟାରେ ଡାଉସାର ରାମଗଡ ପଞ୍ଚୱାର ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ। ସୋମବାର ପୂର୍ବାହ୍ନରେ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଗୁପ୍ତା କହିଛନ୍ତି। ଏସପି କହିଛନ୍ତି ଯେ କାଲୁରାମ ମୀନା ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

 

Show More

Related Articles

Back to top button