Breaking PLUSଦେଶମୁଖ୍ୟ ଖବର

ହାୱଡା ପେପର ମିଲ୍‌ରେ ଭୀଷଣ ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କୋଲକାତା, 19 ଡିସେମ୍ବର – ହାୱଡା ସ୍ଥିତ ଏକ ପେପର ମିଲ୍‌ରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ହାୱଡାର ରାନୀହାଟି ଅଞ୍ଚଳରେ ମଙ୍ଗଳବାର ଭୋର ପ୍ରାୟ 4.30 ବେଳେ ପେପର ମିଲ୍‌ରେ ନିଆଁ ଲାଗିଯାଇଥିଲା । କାଗଜ ଓ ଅନ୍ୟ ଜ୍ୱଳନଶୀଳ ପଦାର୍ଥ କାରଣରୁ ସଙ୍ଗେ ସଙ୍ଗେ ବ୍ୟାପିଯାଇଥିଲା ନିଆଁ । ପେପଲ ମିଲ୍‌ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପ୍ରାୟ ଦେଢଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନାହାନ୍ତି । ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ । ପୋଲିସ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ଘଟଣାର ତଦନ୍ତ କରିବେ ।

Show More

Related Articles

Back to top button