
ଶୁକ୍ରବାରଠୁ ମାଟ୍ରିକ ଅଫଲାଇନ୍ ପରୀକ୍ଷା। ରେଗୁଲାରରେ ୬ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ମଧ୍ୟମାରେ ୬୧ ଜଣ ଏବଂ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ ୮ ହଜାର ୪ଶହ ୯୩ ଜଣ ପରୀକ୍ଷାର୍ଥୀ । ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ ୫୦୪ଟି ସେଣ୍ଟର କରାଯାଇଛି । ସେଥିରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।ସକାଳ ୯ଟାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଦଶଟାରେ ପରୀକ୍ଷା ଆରମ୍ଭ ହେଇ ୧୨ଟାରେ ସରିବ। ସବୁ ପରୀକ୍ଷା କେନ୍ଦ୍ରରେପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପହଞ୍ଚି ସାରିଛି । ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କାନିଂ ପରେ ଛାତ୍ରଛାତ୍ରୀ ପରୀକ୍ଷା ହଲକୁ ଯିବେ । ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି ।
boards
ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜରଭର ନିୟୋଜିତ କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ମନା । କୌଣସି ଶିକ୍ଷକ କିମ୍ବା ଅବଜରଭର ମୋବାଇଲ୍ ନେବା ଉପରେ କଟକଣା ଲାଗୁ କରାଯାଇଛି ।କରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନ ସ୍ୱରୂପ ପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି । ଯେଉଁମାନେ ପ୍ରି ବୋର୍ଡ ପରୀକ୍ଷା ଆଦୌ ଦେଇ ନଥିଲେ ସେମାନଙ୍କର ମୂଲ୍ୟାୟନ ନବମ ପରୀକ୍ଷା ଆଧାରରେ କରାଯାଇଥିଲା ।ମାତ୍ର ସରକାରଙ୍କ ମୂଲ୍ୟାୟନ ପଦ୍ଧତିରେ ସନ୍ତୁଷ୍ଟ ହୋଇପାରି ନ ଥିଲେ ବହୁ ଛାତ୍ରଛାତ୍ରୀ।ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେଣୁ ଅଫଲାଇନ ପରୀକ୍ଷା ପାଇଁ ସରକାର ଘୋଷଣା କରିଥିଲେ ।