Breaking PLUSଓଡ଼ିଶାମୁଖ୍ୟ ଖବର
କାଲିଠୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର, 20 ଫେବ୍ରୁଆରି – ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ସମସ୍ତ ପରୀକ୍ଷାର୍ଥୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପରୀକ୍ଷା ପାଇଁ ବିଭାଗ ସମସ୍ତ ପଦକ୍ଷେପ ନେଇଛି । 3029 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । 5 ଲକ୍ଷ 12 ହଜାର 437 ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବିଭାଗ ପକ୍ଷରୁ 314ଟି ନୋଡାଲ ସେଣ୍ଟର ହୋଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଫ୍ଲାଇଂ ସ୍କ୍ୱାର୍ଡ ଠାରୁ ଆରମ୍ଭ କରି ନୋଡାଲ ଅଫିସର ମାନଙ୍କୁ ନିଯୁକ୍ତ କରାଯାଇଛି । ସେଣ୍ଟ୍ରାଲ ଅବଜରଭର୍, ଜିଲ୍ଲା ସ୍ତର ଅବଜରଭର୍ ମାନେ ଦାୟିତ୍ୱରେ ରହିଛନ୍ତି । ଯେମିତି ପରୀକ୍ଷାରେ କୌଣସି ବ୍ୟତିକ୍ରମ ହେବ ନାହିଁ, ସେଥିପାଇଁ ବିଭାଗ ତରଫରୁ ଗୁରୁତ୍ଵ ଦିଆଯାଉଛି ।